Categories: ଜାତୀୟ

ରାଜନୈତିକ ହିଂସାରୁ ଆକ୍ରମଣ

ଚାନ୍ଦବାଲି, ୧୭।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତୋଟାପଡ଼ା ପଞ୍ଚାୟତ ଗଙ୍ଗାଧରପୁର ପାଟଣା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ରାଜନୈତିକ ହିଂସାକୁ ନେଇ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଏ ନେଇ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏକ ରାଜନୈତିକ ଦଳ ପକ୍ଷରୁ ଘଣ୍ଟେଶ୍ୱରରେ ଆୟୋଜିତ ମହିଳା ସମାବେଶକୁ ଏହି ଗଁାର ଏକ ପରିବାରର ସଦସ୍ୟାମାନେ ନ ଯିବାରୁ ବିଳମ୍ବିତ ରାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଆକ୍ରମଣକାରୀମାନେ ଉକ୍ତ ପରିବାରର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏଥିସହ ଆକ୍ରମଣରେ ପରିବାରର ୪ ସଦସ୍ୟ ଆହତ ହୋଇଛନ୍ତି। ଅଭିଯୋଗ ଅଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share