ରାଜପ୍ରାସାଦ ଛାଡ଼ିଲେ ବ୍ରିଟେନ ରାଣୀ

ଲଣ୍ଡନ,୧୬।୩: ବ୍ରିଟେନରେ କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚତ୍ଥିବାବେଳେ ୧୧୪୦ ଜଣ ସଂକ୍ରମିତ ହୋଇଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଓ ପ୍ରିନ୍ସ ଫିଲିପଙ୍କୁ କ୍ୱାରାଣ୍ଟାଇନରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ରାଣୀଙ୍କୁ ବକିଂହାମ୍‌ ପ୍ୟାଲେସରୁ ଓ୍ବିଣ୍ଡସର କାଷ୍ଟଲ୍‌କୁ ନିଆଯାଇଛି। ବଙ୍କିଙ୍ଗହାମ୍‌ ପ୍ୟାଲେସର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯିବ। ରାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ତେବେ ରାଜପ୍ରାସାଦରେ ଗହଳି ଲାଗି ରହିଥିବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ରାଜପରିବାର ସୂତ୍ରରୁ କୁହାଯାଇଛି।

Share