ରାଜଭବନ ୟୁ.ପି. ସ୍କୁଲରେ ବନ ମହୋତ୍ସବ: ସମସ୍ତ ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୩।୭(ବ୍ୟୁରୋ): ସ୍ଥାନୀୟ ରାଜଭବନ ୟୁ.ପି. ସ୍କୁଲରେ ବୁଧବାର ରାଜ୍ୟସ୍ତରୀୟ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଗଛ ହିଁ ଜୀବନ। ବୃକ୍ଷ ରହିଲେ ପରିବେଶ ସୁସ୍ଥ ରହିବ। ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟର ଉପକୂଳ ଅଞ୍ଚଳରେ ବହୁତ କ୍ଷତି ହୋଇଛି। ୨୨ଲକ୍ଷ ଗଛ ନଷ୍ଟ ହୋଇଛି। ଏହାକୁ ନେଇ ଚଳିତ ବର୍ଷ ୮୦ଲକ୍ଷ ବୃକ୍ଷରୋପଣ କରାଯିବାର ଯୋଜନା କରାଯାଇଛି। ଏଥିସହ ୫୦ହଜାର ଚାରା ବିଭିନ୍ନ ସଂସ୍ଥା ଏବଂ ଜନସାଧାରଣଙ୍କୁ ମାଗଣାରେ ଦିଆଯିବ। ସେହିଭଳି ବର୍ଷା ଋତୁରେ ରାଜ୍ୟ ଜଙ୍ଗଲ ବିଭାଗ ୬କୋଟି ଗଛ ଲଗାଇବାକୁ ଯୋଜନା କରିଥିବା ବେଳେ ୪ କୋଟି ଗଛ ବିଭିନ୍ନ ସଂସ୍ଥା, ଶିକ୍ଷା ସଂସ୍ଥା ଓ ଜନସାଧାରଣଙ୍କୁ ଦିଆଯିବ। ଏଣୁ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସମେତ ସମସ୍ତ ଛାତ୍ରୀଛାତ୍ର ସାମିଲ ହୁଅନ୍ତୁ। ଓଡ଼ିଶାକୁ ସବୁଜ ସୁନ୍ଦର କରିବା ଦିଗରେ ସହାୟକ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ମହୋତ୍ସବରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଭିନ୍ନ ବନ ସଂରକ୍ଷଣ ସମିତି ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଉଳ ଗଛ ଲଗାଇବା ସହ ଚାରା ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ବାହାରେ ପ୍ରବଳ ହଙ୍ଗାମା, ବ୍ୟାରିକେଡ ଭାଙ୍ଗିଲା କଂଗ୍ରେସ

ଭୁବନେଶ୍ୱର,୨୬।୩: କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ ହେବା ପରେ, ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତକାଲି ସାରା ରାତି ରାସ୍ତା ଉପରେ କଂଗ୍ରେସ...

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ ଟଣ୍ଡନ

କଟକ,୨୬ା୩: ବୁଧବାର ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ। ଓଡ଼ିଶାର ରାଜ୍ୟପାଳ ଡକ୍ଟର...

ନ୍ୟାୟ ମାଗି ରାଜରାସ୍ତାକୁ ଓହ୍ଲାଇଥିଲେ: ଅସୁସ୍ଥ ହୋଇ ପଡ଼ିଲେ ତାରା,

ଭୁବନେଶ୍ୱର,୨୬।୩: ସାରାରାତି ଧାରଣାର ଦେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ିଯାଇଛି। ସେ ଅସୁସ୍ଥ ହୋଇପଡ଼ିଛନ୍ତି । ସକାଳୁ ସକାଳୁ...

ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକ

ପ୍ରାୟ ୩ ଦଶନ୍ଧି ଧରି ଓଡ଼ିଶାର ପାଓ୍ବାର ସଲ୍ୟୁଶନ ଶିଳ୍ପରେ ଅଗ୍ରଣୀ ଅନୁଷ୍ଠାନ ଭାବେ ଏମ୍‌/ଏସ୍‌ ଲିଓଟ୍ରୋନିକ୍ସ ପାଓ୍ବାର ସିଷ୍ଟମ୍‌ ପରିଚୟ ପାଇଛି। ୧୯୯୮ରେ ଏହି...

ସାଂସଦଙ୍କ ବଢ଼ିଲା, ଆମର କେବେ:ଜୋର୍‌ ଧରିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର,୨୬ା୩ (ରବିନାରାୟଣ ଜେନା):ବଜେଟ ଅଧିବେଶନ କାଳରେ ଗୃହ ସୁରୁଖୁରୁରେ ଚାଲିପାରୁ ନ ଥିବାବେଳେ ଏବେ ବିଧାୟକଙ୍କ ଦରମା ବୃଦ୍ଧି ଦାବି ଜୋର୍‌ ଧରିଛି। ମଙ୍ଗଳବାର ଦରମା...

ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦେଇନାହାନ୍ତି ୧୪ ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର,୨୬ା୩(ରବିନାରାୟଣ ଜେନା):ରାଜ୍ୟରେ ନିର୍ବାଚନ କିଭଳି ତ୍ରୁଟିପୂର୍ଣ୍ଣ ଓ ଶୃଙ୍ଖଳିତ ହେବ ସେନେଇ ମଙ୍ଗଳବାର ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର୍‌. ସନ୍ଥଗୋପାଲନ୍‌ ରାଜନୈତିକ ଦଳଗୁଡ଼ିକ...

ପାରଦ ଉପରମୁହାଁ: ୪ ଜିଲାକୁ ହିଟ୍‌ଓ୍ବେଭ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗିରହିଥିବା ବେଳେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଥିଲା। ତେବେ ମଙ୍ଗଳବାରଠାରୁ ରାଜ୍ୟର ପାରଦ...

ସର୍ବଦଳୀୟ ବୈଠକ ନିଷ୍ଫଳ, ଧାରଣାରେ ବିରୋଧୀ

ଭୁବନେଶ୍ୱର,୨୬ା୩(ରବିନାରାୟଣ ଜେନା):ଗୋଟିଏପଟେ କଂଗ୍ରେସର ଘଣ୍ଟ, କରତାଳି ମାଡ଼ ଓ ଅନ୍ୟପଟେ ବିଜେଡି ନାରାବାଜିରେ ମଙ୍ଗଳବାର କମ୍ପିଥିଲା ବିଧାନସଭା। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image