ନୂଆଦିଲ୍ଲୀ,୩ା୭ (ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ରାଜସ୍ଥାନରୁ ରାଜ୍ୟ ସଭାକୁ ଯିବେ। କଂଗ୍ରେସ ପକ୍ଷରୁ ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଦେଶ ଭାଜପା ସଭାପତି ମଦନ ଲାଲ ସାଇନିଙ୍କ ପରଲୋକ ପରେ ଆସନଟି ଖାଲିପଡ଼ିଥିଲା। ଗତବର୍ଷ ଭାଜପା ରାଜ୍ୟରେ କ୍ଷମତାରେ ଥିବାବେଳେ ସାଇନି ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏବେ କଂଗ୍ରେସ ବିଧାନସଭାରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଅଛି। ଏଠାରୁ ରାଜ୍ୟ ସଭା ଲାଗି ପ୍ରାର୍ଥୀ ହେବାକୁ ମନମୋହନ ସିଂଙ୍କ ନାମ କଂଗ୍ରେସ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ମନମୋହନଙ୍କ ବାସଭବନକୁ ଯାଇ ଭେଟିଥିଲେ।