ରାଜସ୍ଥାନରେ କରୋନା ର଼୍ୟାପିଡ୍‌ ଟେଷ୍ଟ୍‌ ଆରମ୍ଭ: ପ୍ରଥମ ଦିନରେ ସମସ୍ତ ୫୨ ରିପୋର୍ଟ ନେଗେଟିଭ୍‌

ଜୟପୁର,୧୮।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ଆରମ୍ଭ ହୋଇଛି। ପ୍ରଥମ କରି ରାଜସ୍ଥାନର ଜୟପୁରରେ ଏହାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ସ୍ଥାନୀୟ ଚାରଦିଓ୍ବାରୀ ଅଞ୍ଚଳର ତୋପରଓ୍ବାନା ଦେସ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୫୨ ଜଣଙ୍କ ଟେଷ୍ଟ୍‌ କରାଯାଇଥିଲା। ତେବେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବା କୁହାଯାଉଛି। ଏହା କରୋନା ସଂକ୍ରମଣ ରୋକିବାରେ ବେଶ୍‌ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସୂଚନା ଦେଇଛନ୍ତି। ବର୍ତ୍ତମାନ ୧୦,୦୦୦ କିଟ୍‌ ଆସିଛି। ଏପ୍ରିଲ୍‌ ୧୯ ସୁଦ୍ଧା ରାଜ୍ୟକୁ ଏକ ଲକ୍ଷ ର଼୍ୟାପିଡ୍‌ ଆଣ୍ଟିବଣ୍ଡି ଟେଷ୍ଟ୍‌ କିଟ୍‌ ଆସିବ ବୋଲି ସେ କହିଛନ୍ତି।

Share