Categories: ଜାତୀୟ

ରାଜସ୍ଥାନରେ ପକ୍ଷୀମଡ଼କ : ସମ୍ଭର ହ୍ରଦରେ ମଲେଣି ୧୦ ହଜାର

ଜୟପୁର,୧୮ା୧୧: ରାଜସ୍ଥାନରେ ପକ୍ଷୀମଡ଼କ ଦେଖାଦେଇଛି। ରାଜଧାନୀ ଜୟପୁର ନିକଟରେ ଥିତ୍ବା ସମ୍ଭର ହ୍ରଦ ପାଖରେ ସପ୍ତାହକ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶାଗତ ପକ୍ଷୀ ବୋଲି ଜଣାପଡିଛି। ସେମାନେ ଆଭିଆନ୍‌ ବୋଟୁଲିଜମ୍‌ରେ ମରିଥିବା ଜଙ୍ଗଲ ବିଭାଗ ବିଶ୍ୱାସ କରୁଛି। ବିଷାକ୍ତ ପଦାର୍ଥ ଖାଇବା ଦ୍ୱାରା ଏଭଳି ହୋଇଥାଏ। ଶୀତଦିନେ ଉକ୍ତ ଲୁଣାହ୍ରଦକୁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଆସିଥାନ୍ତି। ଏହି ରୋଗ ଯେପରି ଅନ୍ୟ ପକ୍ଷୀଙ୍କୁ ନ ବ୍ୟାପିବ, ସେଥିପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ୭୦ ଜଣିଆ ଟିମ୍‌ ସେଠାରେ ପହଞ୍ଚତ୍ ମୃତ ପକ୍ଷୀମାନଙ୍କୁ ପୋତି ଦେଉଛି। ପ୍ରାଣୀ ଚିକିତ୍ସା ବିଭାଗର କେତେକ ଟିମ୍‌ ମଧ୍ୟ ପକ୍ଷୀ ମୃତ୍ୟୁର କାରଣ ଅନୁଧ୍ୟାନ କରୁଛନ୍ତି। ବାର୍ଡ ଫ୍ଲୁରେ ପକ୍ଷୀ ମରୁଥିତ୍ବା ପ୍ରଥମେ ସନ୍ଦେହ କରାଯାଉଥିଲା, ତେବେ ଭୋପାଳ ଲାବରେଟୋରୀ ରିପୋର୍ଟରେ ଏହାକୁ ଅସ୍ବୀକାର କରାଯାଇଛି।

Share