ରାଜସ୍ଥାନରେ ଫସିଛନ୍ତି କଳାହାଣ୍ଡିର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର: ଫେରାଇ ଆଣିବାକୁ ନିବେଦନ

ଭବାନୀପାଟଣା, ୨୮ା୪(ସ୍ବ.ପ୍ର): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରାଜସ୍ଥାନର କୋଟାକୁ ପଢିବାକୁ ଯାଇ ସେଠାରେ ଫସିରହିଛନ୍ତି। ସେଠାରେ କରୋନା ସଂକ୍ରମଣ ଅଧିଜ ହୋଇଥିବା ଯୋଗଁୁ ଛାତ୍ରୀଛାତ୍ରମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ନିଜ ଖାଇବା ଯୋଗାଡ କରିବା କଷ୍ଟସାଧ୍ୟ ହୋଇପଡିଛି। ଏପଟେ ପିଲାମାନେ କେବେ ଘରକୁ ଫେରିବେ ତାହାକୁ ନେଇ ଅଭିଭାବକମାନେ ଏବେ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ କୋଟାରେ ରହୁଥିବା ଅନ୍ୟ ରାଜ୍ୟର ପିଲାଙ୍କୁ ସେମାନଙ୍କ ରାଜ୍ୟ ସରକାର ନିଜ ନିଜ ଅଞ୍ଚଳକୁ ଫେରାଇ ନେଉଛନ୍ତି। ଏହି ପରିସ୍ଥିତିରେ କଳାହାଣ୍ଡି ଜିଲାର ଛାତ୍ରୀଛାତ୍ରମାନେ କୌଣସି ଉପାୟ ନ ପାଇ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ଦୁଃଖ ଜଣାଇଛନ୍ତି। ଓଡିଶା ସରକାର ସେମାନଙ୍କୁ ଅବିଳମ୍ବେ ଫେରେଇ ଆଣିବାକୁ ନିବେଦନ କରିଛନ୍ତି।

Share