Categories: ଜାତୀୟ

ରାଜସ୍ଥାନରେ ଲାଗୁ ହେବନାହିଁ ସିଏଏ-ଏନ୍‌ଆର୍‌ସି: ମୁଖ୍ୟମନ୍ତ୍ରୀ

ଜୟପୁର,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ବିରୋଧ କରି ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିବା ବେଳେ ଏବେ ଏହାକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିଜ ନିଜର ମତ ରଖିଲେଣି। ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଖୋଲା ହୃଦୟରେ କହିଛନ୍ତି ରାଜସ୍ଥାନରେ ସିଏଏ ଓ ଏନ୍‌ଆର୍‌ସି ଲାଗୁ କରାଯିବ ନାହିଁ। ସୂଚନାଯୋଗ୍ୟ, ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିଜ ନିଜ ରାଜ୍ୟରେ ଏନ୍‌ଆର୍‌ସି ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

Share