ରାଜସ୍ଥାନର ସୁମନ ରାଓ ପିନ୍ଧିଲେ ‘ମିସ୍‌ ଇଣ୍ଡିଆ ୨୦୧୯’ ମୁକୁଟ

ମୁମ୍ବାଇ,୧୬।୬: ଚଳିତ ବର୍ଷର ଫେମିନା ମିସ୍‌ ଇଣ୍ଡିଆ ୨୦୧୯ର ବିଜୟିନୀ ହୋଇଛନ୍ତି ରାଜସ୍ଥାନର ସୁମର ରାଓ। ଶନିବାର ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏକ ଉତ୍ସବରେ ‘ମିସ୍‌ ଇଣ୍ଡିଆ ୨୦୧୯’ ମୁକୁଟ ପିନ୍ଧିଛନ୍ତି ସୁମନ। ୨୦୧୮ର ମିସ୍‌ ଇଣ୍ଡିଆ ଅନୁକୃତି ତାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି। ରାତି ପ୍ରାୟ ୮ଟାରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ବଲିଉଡ୍‌ର ବହୁ ନାମୀ ଦାମୀ ବ୍ୟକ୍ତିତ୍ୱ ପହଞ୍ଚିଥିଲେ। ଏହି ଉଭେଣ୍ଟକୁ କରନ ଜୋହର, ମିନଷ ପଲ ଓ ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷି ଛିଲ୍ଲର ହୋଷ୍ଟ କରିଥିଲେ। ଏହି ପ୍ରତିଯୋଗୀତାରେ ୩୦ ଜଣ ସୁନ୍ଦରୀ ଭାଗ ନେଇଥିଲେ। ପ୍ରତିଯୋଗୀତାର ପ୍ରଥମ ରନର୍ସ ଅପ୍‌ ରହିଲେ ଛତିଗଡ଼ର ଶିବାନୀ ଯାଦବ। ସେ ଚଳିତ ବର୍ଷ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାଶନାଲରେ ଭାରତକୁ ରିପ୍ରେଜେଣ୍ଟ କରିବେ। ଏହାର ଦ୍ୱିତୀୟ ରନର୍ସ ଅପ୍‌ ରହିଲେ ବିହାରର ଶ୍ରେୟା ଶନକେର। ସେ ମିସ୍‌ ୟୁନାଇଟେଡ କଣ୍ଟିନେଟ୍‌ ବିୟୁଟି କଣ୍ଟେଷ୍ଟରେ ଭାରତକୁ ରିପ୍ରେଜେଣ୍ଟ କରିବେ। ‘ମିସ୍‌ ଇଣ୍ଡିଆ ୨୦୧୯’ ର ବିଜେତା ସୁମନ ଚଳିତବର୍ଷ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ମିସ୍‌ ଓ୍ବାର୍ଲଡ ୨୦୧୯ରେ ଭାରତକୁ ପ୍ରତିନିଧିତ୍ୱ କରିବେ। ୨୦ ବର୍ଷୀୟା ସୁମନ ଜଣେ ଛାତ୍ରୀ ସେ ଏବେ ତାଙ୍କ କଲେଜ ପଢା ଜାରି ରଖିଛନ୍ତି।

Share