ରାଜସ୍ଥାନ କୋଟାରୁ ଝାରସୁଗୁଡ଼ାରେ ପହଞ୍ଚିଲେ ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ଝାରସୁଗୁଡା ଅଫିସ,୩।୫- କରୋନା କଟକଣା ଯୋଗୁ ଝାରସୁଗୁଡା ଜିଲାର ୭୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ରାଜସ୍ଥାନ କୋଟାରେ ଫସି ରହିଥିଲେ। ସେମାନେ ୩ଟି ବସ୍‌ ଯୋଗେ ରବିବାର ଝାରସୁଗୁଡାରେ ଆସି ପହଞ୍ଚିଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍କ୍ରିନିଂ କରାଯାଇଥିବା ବେଳେ କ୍ୱାରାଣ୍ଟାଇନରେ ରଖିବା ବ୍ୟବସ୍ଥା କରାଯାଇଛି। ଏହା ସହ ସେମାନେ ହୋମ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ରହି ପାରିବେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଏହି ଛାତ୍ରୀଛାତ୍ର ମାନେ କୋଟାକୁ କୋଚିଂ ପାଇଁ ଯାଇଥିଲେ। ବର୍ତ୍ତମାନ ଜାରି ରହିଥିବା ଲାକଡାଉନ୍‌ ପାଇଁ ସେଠାରେ ଫସି ରହିଥିଲେ।

Share