Categories: ଖେଳ

ରାଜସ୍ଥାନ କ୍ରିକେଟ ଆସୋସିଏଶନ ଉପରୁ ସସ୍‌ପେଣ୍ଡ ଆଦେଶ ଉଠିଲା

ନୂଆଦିଲ୍ଲୀ, ୮ା୯ (ପି.ଟି.)-ଲୋଧା କମିଟି ଗାଇଡ୍‌ ଲାଇନ୍‌ ଅନୁସାରେ କାର୍ଯ୍ୟ କରୁଥିବା ହୃଦ୍‌ବୋଧ ହେqବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରାଜସ୍ଥାନ କ୍ରିକେଟ ଆସୋସିଏଶନ (ଆର୍‌ସିଏ)ଉପରୁ ସସ୍‌ପେଣ୍ଡ ଆଦେଶକୁ ପ୍ରତ୍ୟାହାର କରିନେଇଛି। ଆରସିଏ ଇତିମଧ୍ୟରେ ଏହାର ନୂଆ ସମ୍ବିଧାନ ଗଠନ କରିସାରିଛି। ପ୍ରଶାସକ କମିଟିର ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ବର ୨୮ରେ ଏହାର ନୂତନ କର୍ମକର୍ତ୍ତା ନିର୍ବାଚନ ହେବ। ସୂଚନାଯୋଗ୍ୟ, ୨୦୧୪ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପୂର୍ବତନ ମୁଖ୍ୟ ଲଳିତ ମୋଦି ଆରସିଏ ସଭାପତି ଭାବେ ନିର୍ବାଚିତ ହେବା ପରେ ବିସିସିଆଇ ଆରସିଏକୁ ସସ୍‌ପେଣ୍ଡ କରିଥିଲା। ଖବର ଅନୁସାରେ ଲଳିତ ମୋଦିଙ୍କ ଗୋଷ୍ଠୀର ଯେପରି କେହି ଆରସିଏର କର୍ମକର୍ତ୍ତା ଭାବେ ନିର୍ବାଚିତ ନ ହୁଅନ୍ତି ତାହା ଉପରେ ବିସିସିଆଇ ନଜର ରଖିଛି।

Share