ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରେ ଟିକସମୁକ୍ତ ହେଲା ‘ସାଣ୍ଢ କି ଆଖ୍‌’

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିବ ତାପସୀ ପନ୍ନୁ- ଭୂମି ପେଡନେକର ଅଭିନୀତ ଫିଲ୍ମ ‘ସାଣ୍ଢ କି ଆଖ୍‌’। ମହିଳା ସଶକ୍ତିକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମଟିକୁ ସମାଲୋଚକମାନେ ପ୍ରଶଂସା କରୁଛନ୍ତି। ପୂର୍ବରୁ ଫିଲ୍ମଟିକୁ ରାଜସ୍ଥାନରେ କରମୁକ୍ତ(ଟ୍ୟାକ୍ସ ଫ୍ରି) କରାଯାଇଥିବା ବେଳେ ଏବେ ଉତ୍ତରପ୍ରଦେଶରେ ଏହାକୁ ଟିକସମୁକ୍ତ କରାଯାଇଛି।

୬୦ବର୍ଷ ବୟସରେ ବନ୍ଧୁକ ଚାଳନା କରି ଲୋକପ୍ରିୟତା ହାସଲ କରିଥିବା ‘ଶୁଟର୍‌ ଦାଦି’ଙ୍କ ଜୀବନକାହାଣୀ ଉପରେ ଚଳଚ୍ଚିତ୍ରର କାହାଣୀଟି ପର୍ଯ୍ୟବଶିତ। ଏଥିରେ ତାପସୀ ଏବଂ ଭୂମି ଚନ୍ଦ୍ରୋ ତୋମର ଏବଂ ପ୍ରକାଶୀ ତୋମରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମରେ ବିନୀତ ସିଂହ, ପ୍ରକାଶ ଝା ପ୍ରମୁଖ ଅଭିନେତା ନଜର ଆସିବେ। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ହୀରାନନ୍ଦାନୀ।

Share