Categories: ଜାତୀୟ

ରାଜସ୍ଥାନ ପୌର ନିର୍ବାଚନ: କଂଗ୍ରେସ ୯୬୧, ଭାଜପା ୭୩୭

ଜୟପୁର, ୨୦ା୧୧(ପି.ଟି.): ଶାସକ କଂଗ୍ରେସ ରାଜସ୍ଥାନ ପୌର ନିର୍ବାଚନରେ ବିପୁଳ ସଫଳତା ହାସଲ କରିଛି। ଦଳ ମୋଟ ୯୬୧ ଓ୍ବାର୍ଡ ଦଖଲ କରିବାରେ ସମର୍ଥ ହୋଇଛି। ଭାଜପାକୁ ମୋଟ ୭୩୭ ଓ୍ବାର୍ଡରେ ସଫଳତା ମିଳିଛି। ଶନିବାର ଅନୁଷ୍ଠିତ ନିର୍ବାଚନର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଶାନୁରୂପ ସଫଳତା ଦଳକୁ ମିଳିଥିବା କହିଛନ୍ତି। ବିଏସ୍‌ପିକୁ ୧୬, ସିପିଏମ୍‌କୁ ୩ ଓ ଏନ୍‌ସିପିକୁ ୨ଟି ଓ୍ବାର୍ଡ ମିଳିଥିବା ନିର୍ବାଚନ କମିଶନଙ୍କଠାରୁ ପ୍ରକାଶ।

Share