Categories: ଜାତୀୟ

ରାଜସ୍ଥାନ-ମହାରାଷ୍ଟ୍ର ଉପରେ ଭାଜପା ନଜର: ସଚିନ୍‌-ଦଓ୍ବେଡ଼ାଙ୍କୁ ବାଡ଼ ଡ଼ିଆଁଇବା ଯୋଜନା !

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କମଳନାଥ ସରକାରଙ୍କୁ ସଙ୍କଟରେ ପକାଇବା ପରେ ଏବେ ଭାଜପା ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଅପରେଶନ୍‌ ଲୋଟସ୍‌ ଳାଗି ଯୋଜନା କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନିଜ ପଟକୁ ଆଣିବା ପରେ ଭାଜପା ଏବେ ରାଜସ୍ଥାନରେ କଂଗ୍ରେସର ସଚିନ୍‌ ପାଇଲଟ୍‌ଙ୍କୁ ମନାଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କୁ ଅସୁବିଧାରେ ପକାଇବା ଲାଗି ଯୋଜନା କରାଯାଉଛି। ସେହିପରି ମହାରାଷ୍ଟ୍ରରେ ମିଲନ୍ଦ ଦଓ୍ବେଡ଼ା ଏବଂ ଜତିନ ପ୍ରସାଦଙ୍କୁ ବାଡ଼ ଡ଼ିଆଁଇ ସେମାନଙ୍କ ମାଧ୍ୟମରେ ଭାଜପା କ୍ଷମତା ଦଖଲ ଲାଗି ଚିନ୍ତା କରୁଥିବା କୁହାଯାଉଛି।

Share