Categories: ଖେଳ

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଆରସିଏ ସଭାପତି

ଜୟପୁର,୪।୧୦: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ରାଜସ୍ଥାନ କ୍ରିକେଟ ଆସୋସିଏଶନ (ଆରସିଏ) ସଭାପତି ନିର୍ବାଚିତ ହୋଇଛନ୍ତି। ଶକୁବ୍ରାର ଅନୁଷ୍ଠିତ ନିର୍ବାଚନରେ ଗେହଲଟଙ୍କୁ ୨୫ ଖଣ୍ଡ ଭୋଟ ମିଳିଛି। ବୈଭବ ଡ. ସିପି ଜୋଶୀଙ୍କ ସ୍ଥାନ ନେବେ। ସେ ଗତ ମାସରେ ରାଜସ୍ଥାନର କ୍ରିକେଟ ରାଜନୀତିରେ ପ୍ରବେଶ କରିଥିଲେ। ପୂର୍ବରୁ ରାଜସମାଦ କ୍ରିକେଟ ଆସୋସିଏଶନର ଟ୍ରେଜରର ଦାୟିତ୍ୱରେ ଥିଲେ। ବୈଭବ ୨୦୧୯ ଲୋକସଭା ନିର୍ବାଚନରେ ରାଜସ୍ଥାନର ଜୋଦପୁର ମଣ୍ଡଳିରୁ ଛିଡ଼ା ହୋଇଥିଲେ। ତାଙ୍କୁ ଭାଜପା ପ୍ରାର୍ଥୀ ଗଜେନ୍ଦର ସିଂ ଶେଖାଓ୍ବତ ବଡ଼ ବ୍ୟବଧାନରେ ହରାଇଥିଲେ। ଏଥିଯୋଗୁ ମୁଖ୍ୟମନ୍ତ୍ରୀ ଅଶୋକଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

Share