Categories: ଖେଳ

ରାଜସ୍ଥାନ ରୟାଲ୍ସରୁ ଭଲ ଲାଭ ମିଳିବ: ଓ୍ବର୍ନ

ମେଲବୋର୍ନ,୮।୧୨(ପି.ଟି.)-ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ୍‌ ଓ୍ବାର୍ନଙ୍କ ୦.୭୫ ପ୍ରତିଶତ ମାଲିକାନା ରହିଛି। ୨୦୦୮ପରେ ଅବସର ନେବା ପରେ ତାଙ୍କୁ ପ୍ରତିବର୍ଷ ଏହି ପରିମାଣର ମାଲିକାନା ଦିଆଯାଇଛି ବୋଲି ‘ହେରାଲ୍ଡ ସନ’ ଖବରକାଗଜ ଉଲ୍ଲେଖ କରିଛି। ଏହା ସତ୍ତ୍ୱେ ଭଲ ଲାଭ ପାଇବେ ବୋଲି ଓ୍ବର୍ନ କହିଛନ୍ତି। ଦିନଥିଲା ରାଜସ୍ଥାନ ପାଇଁ ସର୍ବେସର୍ବା ଥିଲି। ସେତେବେଳେ ଅଧିନାୟକ ହେବା ସହିତ ଦଳର କୋଚ୍‌, ମେଣ୍ଟର ଓ ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଥିଲି ବୋଲି ଓ୍ବର୍ନ କହିଛନ୍ତି। ସେତେବେଳେ ରବୀନ୍ଦ୍ର ଜଡେଜା ଟିମ୍‌ ଇଣ୍ଡିଆ ପାଇଁ ଖେଳି ନ ଥିଲେ। ତେବେ ଜାଡେଜଙ୍କୁ ଓ୍ବାର୍ନ ସମର୍ଥନ କରିଥିଲେ ଓ ତାଙ୍କୁ ଜଣେ ଆନ୍ତର୍ଜାତୀୟ କ୍ରିକେଟର ବନାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ଓ୍ବର୍ନ ଅଣ୍ଡରଡଗ୍‌ ବିବେଚିତ ହେଉଥିବା ରାଜସ୍ଥାନକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ରଜସ୍ଥାନର ମୂଲ୍ୟ ଏବେ ୨୦୦ ଆମେରିକୀୟ ଡଲାର ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଦୁଇଗୁଣ ହେବ। ତେଣୁ ଏଥିରେ ୩ ପ୍ରତିଶତ ଅର୍ଥାତ ୪୦୦

Share