ନୂଆଦିଲ୍ଲୀ,୨୧।୪: ଲକ୍ଡାଉନ ସ୍ଥିତିରେ ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ଲାଗି ରାଜସ୍ଥାନ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନିଆଯାଇଛି। ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ରାଜସ୍ଥାନ ସରକାର ଭିଲଓ୍ବାଲା ଅଞ୍ଚଳରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରିଛନ୍ତି। ସାରା ଦେଶରେ ଲକ୍ଡାଉନ ହେବା ପୂର୍ବରୁ ଏହି ରାଜ୍ୟ ଲକ୍ଡାଉନ ଅବଧି ବଢ଼ାଇଥିଲା। ଅର୍ଥନୀତି ଉପରେ କରୋନା ପ୍ରଭାବକୁ କମାଇବା ନିମନ୍ତେ ସ୍ବତନ୍ତ୍ର ଗ୍ରୁପ୍ ଗଠନ କରାଯାଇଛି। କୃଷି ଶ୍ରମିକଙ୍କ ଅଗ୍ରିମ ପେମେଣ୍ଟ ସହ ଅନ୍ୟ ପ୍ରମୁଖ ଯୋଜନା ହାତକୁ ନିଆଯାଇଛି ବୋଲି ରାଜସ୍ଥାନ ସରକାରଙ୍କ ପକ୍ଷରୁ ସୂଚନା ରହିଛି।