Categories: ବାଣିଜ୍ୟ

ରାଜସ୍ବ ନିଅଣ୍ଟ ୩.୯%କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ,୨୧-୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସ, ମିନିମମ୍‌୍‌ ଅଲ୍ଟରନେଟ୍‌ ଟିକସ ଓ ନୂଆ ମାନୁଫାକ୍‌ଚରିଂ କମ୍ପାନୀ ପାଇଁ ଟିକସ ହ୍ରାସ ଘୋଷଣା କରିଛନ୍ତି। ମୋଦି ସରକାରଙ୍କ ପ୍ରାୟ ୨୦ ବିଲିୟନ ଡଲାର ଟିକସ ହ୍ରାସ ଦ୍ୱାରା ସରକାରଙ୍କ ରାଜସ୍ବ ନିଅଣ୍ଟ ପରିମାଣ ୩.୯%କୁ ବୃଦ୍ଧି ପାଇବ ବୋଲି ଏକ ସର୍ଭେରୁ ଜଣାପଡିଛି। ୭ ଜଣ ଅର୍ଥନୀତିଜ୍ଞଙ୍କୁ ନେଇ ସର୍ଭେରେ ହୋଇଛି। ଗୁର୍‌ଗ୍ରାମସ୍ଥିତ ଟି.ଏସ୍‌.ଲୋମ୍ବାର୍ଡର ଅର୍ଥନୀତିଜ୍ଞ ସୁମିତା ଶର୍ମା ଦେବେଶ୍ୱର କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କ ଘୋଷଣା ଯୋଗୁ ରାଜସ୍ବ ନିଅଣ୍ଟ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି କ୍ଷେତ୍ରରେ ବିପଦ ରହିଛି। ତେବେ ବର୍ତ୍ତମାନ ସମୟରେ ବଡ଼ ଧରଣର ପଦକ୍ଷେପ ନେବା ଛଡ଼ା ସରକାରଙ୍କ ନିକଟରେ ଆଉ କୌଣସି ବିକଳ୍ପ ନାହିଁ।

Share