ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି ଟଙ୍କା ନେଇ ଆଉ ଦେଉ ନ ଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକ କବିରାଜ ଚିନ୍ନାରାଙ୍କୁ ଉତ୍ତ୍ୟକ୍ତ ଆଦିବାସୀ କାର୍ଯ୍ୟାଳୟରେ ଘେରାଉ ସହ ହୋହଲ୍ଲା କରିଥିଲେ। ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ଜଙ୍ଗଲ ଜମି ପଟ୍ଟା ଦେବା ନଁାରେ ୨୦୦ରୁ ୫୦୦ ଟଙ୍କା ଲାଞ୍ଚ ନେଉଥିବା ଆଦିବାସୀମାନେ କହିଥିଲେ। ଆଦିବାସୀମାନଙ୍କୁ ପଟ୍ଟା ମିଳିବାରେ ବିଳମ୍ବ ହେତୁ ସମ୍ପୃକ୍ତ ଆରଆଇଙ୍କୁ ଘେରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆର୍‌ଆଇଙ୍କୁ ଲୋକମାନଙ୍କ କବଳରୁ ଉଦ୍ଧାର କରି ତହସିଲ କାର୍ଯ୍ୟାଳୟରେ ଛାଡିଥିଲେ। ଏନେଇ ଆରଆଇ ଚିନ୍ନାରାଙ୍କୁ ପଚାରିବାରୁ ସେ ଲାଞ୍ଚ ନେବା ଘଟଣାକୁ ଅସ୍ବୀକାର କରିଥିଲେ। ଆଦିବାସୀମାନେ ପଟ୍ଟା ପାଇବାରେ ବିଳମ୍ବ ହେବାରୁ ଏଭଳି ହୋହଲ୍ଲା କରି ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ସେ କହିଥିଲେ। ତହସିଲଦାର ଅଶୋକ କୁମାର ପ୍ରଧାନଙ୍କୁ ପଚାରିବାରୁ, ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ପରେ ଜଣାପଡ଼ିବ ବୋଲି କହିଥିଲେ।

Share