ରାଜସ୍ବ ପ୍ରଶାସନରେ ଅଦଳବଦଳ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ରାଜ୍ୟର ରାଜସ୍ବ ସେବା କ୍ଷେତ୍ରରେ କାର୍ଯ୍ୟରତ ଅଫିସର ସ୍ତରରେ ଶୁକ୍ରବାର ବ୍ୟାପକ ଅଦଳବଦଳ କରାଯାଇଛି। ବିଭାଗୀୟ ବିଜ୍ଞପ୍ତି ନଂ. ୩୯୮୭୪ ଅନୁଯାୟୀ ୧୫ ଜଣ ଅଧିକାରୀଙ୍କ ବଦଳି କରାଯାଇଛି। ସେହିପରି ବିଭାଗୀୟ ବିଜ୍ଞପ୍ତି ନଂ. ୩୯୮୮୫ ଅନୁଯାୟୀ ୮୫ ଅଧିକାରୀଙ୍କ ବଦଳି ହୋଇଛି। ଏହି ଅଧିକାରୀଙ୍କ ମଧ୍ୟରେ ସବ୍‌କଲେକ୍ଟର, ଅତିରିକ୍ତ ତହସିଲଦାର, କୋର୍ଟ ଅଫିସର, ଭୂ-ଅଧିକାରୀ ରହିଛନ୍ତି।

Share