Categories: ଗଞ୍ଜାମ

ରାଜସ୍ବ ସମୀକ୍ଷା ବୈଠକ: ୨୩ରୁ ଚୋରା ବାଲି ଚାଲାଣ ରୋକିବାକୁ ଭିଡିଓଗ୍ରାଫି

ଛତ୍ରପୁର,୨୨ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ ା ବିଭିନ୍ନ ସମୟରେ ଲିଜ୍‌ ଦିଆଯାଇଥିବା ବାଲି ଘାଟରୁ ଅଧିକ ପରିମାଣ ବାଲି ଉଠାଣ ହେଉଛି ା ଏପରିକି ଚୋରା ଭାବେ ଉତ୍ତୋଳନ କରାଯାଇ ଚାଲାଣ ହେଉଛି। ଏହାକୁ ଜିଲାପାଳ ଗୁରୁତ୍ୱର ସହ ନେଇଛନ୍ତିି ା ଏଣିକି ପ୍ରତି ଲିଜ୍‌ ବାଲି ଘାଟରେ ପ୍ରଶାସନ ପକ୍ଷରୁ ଭିଡିଓ ଚିତ୍ର ଉତ୍ତୋଳନ କରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୈନିକ କେତେ ବାଲି ଉଠା ହେଉଛି ଏବଂ କେତୋଟି ଗାଡିରେ ନିଆଯାଉଛି ସେ ସମ୍ପର୍କରେ ଏହି ଭିଡିଓ ଫୁଟେଜ୍‌ରୁ ଜଣାପଡିବ ବୋଲି ସୂଚନା ଦିଆଯାଇଛି। ସୋମବାରରୁ ଏହା ଆରମ୍ଭ ହେବ ା ବିଭିନ୍ନ ତହସିଲ ଓ ସ୍ଥାନୀୟ ଥାନା ପୋଲିସ ପକ୍ଷରୁ ବାଲି ଓ ପଥର ଚୋରା ଏବଂ ବେଆଇନ୍‌ ଭାବେ ଚାଲାଣ ହେଉଥିବା ବେଳେ ଗାଡି ଧରାଯାଇ ଜରିମାନା ଆଦାୟ ପରେ ଛାଡି ଦିଆଯାଉଛି। ମାତ୍ର ଏଣିକି ଚୋରା ଚାଲାଣ ହେଉଥିବା ଗାଡି ଧରିବା ପରେ ଏ ସମ୍ପର୍କରେ ଆରଟିଓଙ୍କୁ ତହସିଲଦାରମାନେ ଜଣାଇବେ ା ଉକ୍ତ ଗାଡିର ପଞ୍ଜୀକରଣ ଓ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ତହସିଲ ଗୁଡିକରେ ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ମ୍ୟୁଟେଶନ କେସ୍‌ ଫଇସଲା ନ ହୋଇ ପେଣ୍ଡିଂ ରହିବ ଉକ୍ତ ତହସିଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। କଣ ପାଇଁ ପେଣ୍ଡିଂ ରହିଛି ସେ ସମ୍ପର୍କରେ ତହସିଲଦାର ଜଣାଇବେ ା ଯେଉଁ ତହସିଲର କର୍ମଚାରୀ କାମ ନ କରି ଠକୁଛନ୍ତି ସେମାନଙ୍କର ତାଲିକା ତହସିଲଦାରମାନେ ଦେବାକୁ ବୈଠକରେ ଜିଲାପାଳ କହିଛନ୍ତିି ା ବିଭିନ୍ନ ସ୍କୁଲ, ଛତୁଆ ୟୁନିଟ୍‌, ଆରଆଇ ଅଫିସ ଓ ହସ୍ପିଟାଲଗୁଡିକୁ ତହସିଲଦାରମାନେ ଅଚାନକ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି ା ବୈଠକରେ ଅତିିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ତହସିଲଦାରମାନେ ଯୋଗ ଦେଇଥିଲେ ା