କୋଲକାତା,୧୪ା୯(ଆଇଏଏନ୍ଏସ୍): ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସମ୍ପୃକ୍ତ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରିରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ କଲିକତା ହାଇକୋର୍ଟ ଶୁକ୍ରବାର ପ୍ରତ୍ୟାହାର କରିନେବା ପରେ ସିବିଆଇ ତାଙ୍କ ବାସଭବନରେ ପହଞ୍ଚତ୍ଛି। ତାଙ୍କୁ ଜେରାର ସମ୍ମୁଖୀନ ହେବା ଲାଗି ଶନିବାର ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ ଦିଆଯାଇଛି। ଅନ୍ତରୀଣ ସୁରକ୍ଷା ସମୟସୀମା ବଢ଼ାଇବା ଆବେଦନକୁ ଜଷ୍ଟିସ୍ ମଧୁମିତା ମିତ୍ରଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ମେ ୩୦ରେ ପ୍ରଥମେ ରାଜୀବ କୁମାରଙ୍କୁ ଅନ୍ତରୀଣ ସୁରକ୍ଷା ଦିଆଯାଇଥିଲା।