ନୂଆଦିଲ୍ଲୀ, ୨୨।୫: ସାରଦା ଚିଟ୍ଫଣ୍ଡ୍ ମାମଲାରେ ସମ୍ପୃକ୍ତ ଥିବା କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ ଓକିଲ ଆନ୍ଦୋଳନ ଚାଲିଥିବାବେଳେ ସ୍ବତନ୍ତ୍ର ଖଣ୍ଡପୀଠରେ ଏନେଇ ଶୁଣାଣି ଲାଗି ଅଦାଲତ ମନାକରିଦେବାରୁ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସାରଦା ଚିଟଫଣ୍ଡ୍ ମାମଲାରେ ଗିରଫଦାରୀକୁ ଏଡାଇବା ଲାଗି ସୁପ୍ରିମକୋର୍ଟରେ ୭ ଦିନ ସୁରକ୍ଷା ଅନୁମତି ଲୋଡିଥିଲାବେଳେ ଆବେଦନର ଶୀଘ୍ର ଶୁଣାଣି ଲାଗି ଅଦାଲତ ମଙ୍ଗଳବାର ମନାକରିଦେଇଥିଲେ। ରାଜୀବଙ୍କ ସୁରକ୍ଷା ଅବଧି ୨୩ରେ ଶେଷ ହେଉଛି।