Categories: ଜାତୀୟ

ରାଜୀବ କୁମାରଙ୍କ ସୁରକ୍ଷା ପ୍ରତ୍ୟାହାର ଆବେଦନ : ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ,୧୭।୫(ପି.ଟି.):କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରି ଉପରେ ଲାଗିଥିବା ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର ଲାଗି ସିବିଆଇ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଶୁଣାଇବେ। ପୂର୍ବରୁ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ପୋଲିସ ଏସ୍‌ଆଇଟିର ନେତୃତ୍ୱ ନେଉଥିଲେ ରାଜୀବ କୁମାର। ସେ ପ୍ରମାଣ ନଷ୍ଟ କରିବା ଲାଗି ଉଦ୍ୟମ କରିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଥିବାରୁ ସିବିଆଇ ତାଙ୍କୁ ହାଜତକୁ ନେଇ ଜେରା କରିବାକୁ ଚାହୁଁଥିବା କୋର୍ଟଙ୍କୁ ଜଣାଇଛି। ତାଙ୍କ ମହକିଲଙ୍କୁ ଅପମାନିତ କରିବାକୁ ସିବିଆଇ ଚାହୁଁଛି ବୋଲି ରାଜୀବଙ୍କ ଓକିଲ କହିଛନ୍ତି ।

Share