ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ବ୍ୟାପାର କମିଟି ବୈଠକରେ ମଙ୍ଗଳବାର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଝାଡଖଣ୍ଡ କ୍ୟାଡରର ୧୯୮୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ କୁମାର ସୁଭାଷ ଚନ୍ଦ୍ର ଗର୍ଗଙ୍କ ବଦଳି ପରେ ତାଙ୍କ ସ୍ଥାନ ନେଇଛନ୍ତି। ଗର୍ଗ ଶକ୍ତି ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିସାରିଥିଲେ ମଧ୍ୟ ଅବସର ନେବାର ୧୫ ମାସ ପୂର୍ବରୁ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ୍ ବା ଭିଆର୍ଏସ ପାଇଁ ଆବେଦନ କରିଛନ୍ତି। ବଦଳି ପୂର୍ବରୁ ସେ ଏଥିପାଇଁ ଆବେଦନ କରିଥିଲେ ବୋଲି ଗର୍ଗ ମିଡିଆ ନିକଟରେ ନିଜର ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଏହାକୁ କେହି ବିଶ୍ୱାସ କରିପାରୁନାହାନ୍ତି।