Categories: ଜାତୀୟ

ରାଜୀବ କୁମାର ପିଇଏସ୍‌ବି ମୁଖ୍ୟ

ନୂଆଦିଲ୍ଲୀ,୩୦ା୪(ପି.ଟି.): ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ସାଧାରଣ ଉଦ୍ୟୋଗ ଚୟନ ବୋର୍ଡ (ପିଇଏସ୍‌ବି) ମୁଖ୍ୟ ଭାବେ ବୁଧବାର ନିଯୁକ୍ତି ପ୍ରଦାନ କରାଯାଇଛି। ୧୯୮୪ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡର ଆଇଏଏସ୍‌ ଅଫିସର ରାଜୀବ ଗତ ଫେବୃୟାରୀରେ ଅର୍ଥ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ତାଙ୍କୁ ୩ ବର୍ଷ ଲାଗି ପିଇଏସ୍‌ବି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେ କପିଲଦେବ ତ୍ରିପାଠୀଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। କପିଲଦେବଙ୍କୁ ରାଷ୍ଟ୍ରପତିଙ୍କ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Share