Categories: ଜାତୀୟ

ରାଜୀବ ଗାନ୍ଧୀଙ୍କଠାରୁ ଫେରାଇ ନିଆଯାଉ ଭାରତ ରତ୍ନ: ଦାବି କଲେ ହରସିମରତ୍‌ କୌର

ନୂଆଦିଲ୍ଲୀ,୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ଭାରତ ରତ୍ନ ସମ୍ମାନକୁ ଫେରାଇ ନେବାକୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍‌ କୌର ଦାବି କରିଛନ୍ତି। ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗା ପାଇଁ ସେ ରାଜୀବ ଗାନ୍ଧୀଙ୍କୁ ଦାୟୀ କରି ଏଭଳି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମନ୍ତବ୍ୟର ଦୁଇଦିନ ପରେ ହରସିମରତ୍‌ ଟୁଇଟ୍‌ କରି ଏହା କହିଛନ୍ତି। ସୂଚନାଯୋଗ୍ୟ, ମନମୋହନ ଶିଖ୍‌ଦଙ୍ଗାକୁ ଏଡ଼ାଇ ହୋଇଥାନ୍ତା ବୋଲି କହିଥିଲେ। ତେବେ ନରସିଂହ ରାଓ ଆଇ.କେ.ଗୁଜରାଲଙ୍କ କଥା ନ ମାନିବାରୁ ଏଭଳି ହୋଇଥିବା ସେ ସୂଚନା ଦେଇଥିଲେ।

Share