ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ସହିତ କରାଇବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ରାହୁଲଙ୍କୁ ବି ପସନ୍ଦ କରୁଥିଲେ କରିନା

ମୁମ୍ବାଇ: ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି ରଶୀଦ୍‌ କିଦଓ୍ବାଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ନେତା ଅଭିନେତା: ବଲିଉଡ୍‌ ଷ୍ଟାର ଇନ୍‌ ଇଣ୍ଡିଆନ୍‌ ପଲିଟିକ୍ସ୍‌’ରେ ଏହା ଦର୍ଶାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହେରୁଙ୍କ ସହିତ ପୃଥ୍ବୀରାଜ କପୁରଙ୍କର ଭଲ ସମ୍ପର୍କ ଥିଲା। ଇନ୍ଦିରାଙ୍କ ମନରେ କପୁର ପରିବାର ପ୍ରତି ଯଥେଷ୍ଟ ସମ୍ମାନ ମଧ୍ୟ ରହିଥିଲା। ତେବେ ରାଜୀବ ଗାନ୍ଧୀ ଉଚ୍ଚ ଶିକ୍ଷା ପାଇଁ ବ୍ରିଟେନ୍‌ର କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯାଇଥିଲେ। ସେଠାରେ ସୋନିଆ ମାୟନୋ(ସୋନିଆ ଗାନ୍ଧୀ)ଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ସେମାନେ ପରସ୍ପରକୁ ଭଲ ପାଇ ୧୯୬୮ରେ ବିବାହ କରିଥିଲେ। ଫଳରେ ଇନ୍ଦିରାଙ୍କ ଆଶା ସଫଳ ହୋଇପାରି ନ ଥିଲା। ଗାନ୍ଧୀ ପରିବାର ଏବଂ କପୁର ପରିବାର ମଧ୍ୟରେ ଥିବା ସମ୍ପର୍କକୁ ନେଇ ୨୦୦୨ରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏକ ଟିଭି କାର୍ଯ୍ୟକ୍ରମରେ କରିନା କପୁର ଏକ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀଙ୍କ ସହିତ ଡେଟ୍‌ରେ ଯିବାକୁ ପସନ୍ଦ କରିଥିବା କହିଥିଲେ। ତେବେ କରିନା ୨୦୦୯ରେ ସେହି ସମାନ ପ୍ରଶ୍ନରେ ରାହୁଲଙ୍କୁ ଅତିଥି ଭାବେ ଦେଖିବାକୁ ପସନ୍ଦ କରିବେ ବୋଲି ଉତ୍ତର ଦେଇଥିଲେ। ପରେ ୨୦୧୨ରେ କରିନାଙ୍କ ବିବାହ ଶୈଫ୍‌ ଅଲ୍ଲୀ ଖାଁଙ୍କ ସହିତ ହୋଇଥିଲା।

Share