Categories: ଜାତୀୟ

‘ରାଜୀବ ଗାନ୍ଧୀ କିଶାନ ନ୍ୟାୟ ଯୋଜନା’ ଘୋଷଣା କଲେ ଛତିଶଗଡ଼ ସରକାର

ରାୟପୁର,୨୧।୫:ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ୫,୭୦୦କୋଟି ଟଙ୍କାର ‘ରାଜୀବ ଗାନ୍ଧୀ କିଶାନ ନ୍ୟାୟ ଯୋଜନା’ର ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋସିଆ ଗାନ୍ଧୀ ଓ ତାଙ୍କ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ‘ରାଜୀବ ଗାନ୍ଧୀ କିଶାନ ନ୍ୟାୟ ଯୋଜନା’ ଅଧିନରେ ଛତିଶଗଡ଼ ପ୍ରଥମ ରାଜ୍ୟ ଭାବେ ଏମ୍‌ଏସ୍‌ପି ଦାମରେ କୃଷକଙ୍କଠାରୁ ଧାନ, ମକା, ଆଖୁ କିଣିଛି ଓ ଇନସେଟିଭ ମଧ୍ୟ ପ୍ରଦାନ କରିଛି। ଏଥିରେ ଧାନ ଓ ମକା ଚାଷୀ ଏକର ପିଛା ୧୦ ହଜାର ଟଙ୍କା ପାଇଥିବା ବେଳେ ଆଖୁଚାଷୀ ଏକର ପିଛା ୧୩ ହଜାର ଟଙ୍କା ପାଇଥିବା ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି।

Share