Categories: ଜାତୀୟ

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ରବିଚନ୍ଦ୍ରନ୍‌ଙ୍କୁ ୧୫ ଦିନ ପାରୋଲ

ମଦୁରାଇ,୭ା୧(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ୭ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରୁ ରବିଚନ୍ଦ୍ରନଙ୍କୁ ମାଡ୍ରାସ ହାଇକୋର୍ଟ ୧୫ ଦିନ ଲାଗି ପାରୋଲରେ ଛାଡ଼ିଛନ୍ତି। ତାଙ୍କ ମା’ ଅସୁସ୍ଥ ରହିବା ଓ ପାରିବାରିକ ଅବୁଝାମଣା ସୃଷ୍ଟିହେବାରୁ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ମା’ଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଟି. ରାଜା ଓ ଜଷ୍ଟିସ ବି. ପୁଗାଲେଣ୍ଡି ଜାନୁୟାରୀ ୧୦ରୁ ରବିଚନ୍ଦ୍ରନଙ୍କୁ ପାରୋଲରେ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୋଙ୍ଗଲ କାରଣରୁ ରାଜ୍ୟ ସରକାର ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇପାରିବେନି ବୋଲି କହିଛନ୍ତି। ପ୍ରକାଶଥାଉ କି, ରବିଚନ୍ଦ୍ରନ ଦୀର୍ଘ ୨୭ ବର୍ଷ ହେବ ମଦୁରାଇ କେନ୍ଦ୍ରୀୟ ଜେଲରେ ଅଛନ୍ତି।

Share