ଭୁବନେଶ୍ୱର, ୧୯।୬(ବ୍ୟୁରୋ)- ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ଭବାନିପାଟଣା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରିଛନ୍ତି ରାଜ୍ୟପାଳ। ଏନେଇ ଶୁକ୍ରବାର ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦିପକ କୁମାର ବେହେରାକୁ ଦାୟିତ୍ୱ ଦିଆଯାଇଛି। ୨୦୨୧ ଜାନୁଆରୀ ୧୭ତାରିଖ କିମ୍ବା ରେଗୁଲାର କୁଳପତି ଯୋଗ ନ ଦେବା ପର୍ଯ୍ୟନ୍ତ ପ୍ରଫେସର ବେହେରା ଏହି ଦାୟିତ୍ୱ ତୂଲାଇବେ। ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ସେ ଆସନ୍ତା ଏକ ବର୍ଷ କିମ୍ବା ରେଗୁଲାର କୁଳପତି ଯୋଗ ନ ଦେବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ।