ରାଜେଶ ବର୍ମାଙ୍କୁ କର୍ପୋରେଟ ବ୍ୟାପାର

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଓଡ଼ିଆ କ୍ୟାଡର ଆଇଏଏସ୍‌ ଅଧିକାରୀ ରାଜେଶ ବର୍ମାଙ୍କୁ କେନ୍ଦ୍ର ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ରୂପେ ନିଯୁକ୍ତି ଦିିଆଯାଇଛି। ୧୯୮୭ ବ୍ୟାଚ୍‌ର ଏହି ଅଧିକାରୀ ଏଯାବତ୍‌ କେନ୍ଦ୍ରରେ କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବ୍ୟାପାରର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ନେଇ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି। ବର୍ମାଙ୍କ ପୂର୍ବରୁ ଓଡ଼ିଶା କ୍ୟାଡରର ଅନ୍ୟତମ ଅଫିସର ଆଇ. ଶ୍ରୀନିବାସ କର୍ପୋରେଟ ବ୍ୟାପାର ତୁଲାଉଥିଲେ। ସେହିପରି ୧୯୯୦ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଅଧିକାରୀ ନୀତେନ ଚନ୍ଦ୍ରାଙ୍କୁ ଆଇନ ବ୍ୟାପାର ବିଭାଗର କେନ୍ଦ୍ରୀୟ ଏଜେନ୍ସିଂ ସେକ୍ସନକୁ ବଦଳି କରାଯାଇଛି। ନୀତେନ ଚନ୍ଦ୍ର ଏହା ପୂର୍ବରୁ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ସଚିବ ଭାବେ କାର୍ଯ୍ୟ କରିଆସୁଥିଲେ। ଅପରପକ୍ଷରେ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ସଚିବ ଭାବେ ଅରୁଣ ପଣ୍ଡା ଚଳିତ ମାସ ୩୦ରେ ସେବାନିବୃତ୍ତ ହେବାକୁ ଯାଉଛନ୍ତି। ତାଙ୍କ ସ୍ଥାନରେ କେନ୍ଦ୍ର ସରକାର ଗୁଜରାଟ କ୍ୟାଡର ଅଫିସର ଅରବିନ୍ଦ କୁମାର ଶର୍ମାଙ୍କୁ ନିଯୁକ୍ତ ଦେଇଛନ୍ତି।

Share