Categories: ଜାତୀୟ

ରାଜୋରିରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼

ଶ୍ରୀନଗର,୩୦।୧୦: ସୁଧୁରିନି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ପାକିସ୍ତାନ ସେନା ପକ୍ଷରୁ ରାଜୋରିର ସୁନ୍ଦରବଣି ସେକ୍ଟରରେ ଗୁଳିଗୋଳା ବର୍ଷଣ କରାଯାଇଛି। ଏଥିସହ ମୋର୍ଟାର ମାଡ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଏହାର ପାଲଟା ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଛି। ତେବେ ଗୋଟିଏ ଦିନରେ ପାକିସ୍ତାନ ୨ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

Share