Categories: ଜାତୀୟ

ରାଜୌରୀରେ ମୋଦି: ଯବାନଙ୍କ ସହିତ ପାଳିଲେ ଦୀପାବଳି

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର ରାଜୌରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଯବାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ଗତ ୬ ବର୍ଷ ଧରି ମୋଦି ଲଗାତାର ଯବାନମାନଙ୍କ ସହିତ ମିଶି ଦୀପାବଳି ପାଳନ କରୁଛନ୍ତି। ରାଜୌରୀ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ମୁତୟନ ଥିବା ଯବାନମାନଙ୍କ ମଧ୍ୟରେ ମୋଦିଙ୍କ ଉପସ୍ଥିତି ନେଇ ବେଶ୍‌ ଉତ୍ସାହ ଦେଖାଦେଇଥିଲା। ସୂଚନାଯୋଗ୍ୟ, ଗତବର୍ଷ ପ୍ରଧାନମନ୍ତ୍ରୀ ଭାରତ-ଚାଇନା ସୀମା ହର୍ଶିଲ୍‌ଠାରେ ଯବାନମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ।

Share