Categories: ବାଣିଜ୍ୟ

ରାଜ୍ୟଗୁଡ଼ିକର ଅଂଶ ବାବଦ କେନ୍ଦ୍ର ଦେଲା ୪୬ ହଜାର କୋଟି

ନୂଆଦିଲ୍ଲୀ,୨୧।୫ : କେନ୍ଦ୍ରୀୟ ଟିକସ କ୍ଷେତ୍ରରେ ରାଜ୍ୟଗୁଡିକର ଅଂଶ ବାବଦ ମେ ମାସ ଲାଗି କେନ୍ଦ୍ର ସରକାର ୪୬, ୦୩୮.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୨୦୨୦-୨୧ର ଟିକସ ସଂଗ୍ରହ ଅନୁପାତକୁ ବିଚାର କରି ଏପ୍ରିଲ ମାସ ଭଳି ସରକାର ଅର୍ଥ ପ୍ରଦାନ କରିଛନ୍ତି। ଆକଚୁଆଲ ଭଳି ଏହାକୁ ପ୍ରଦାନ କରାଯାଇ ନ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଲଢେଇ ସମୟରେ ରାଜ୍ୟଗୁଡିକର ନଗଦ ଆବଶ୍ୟକତାକୁ ଧ୍ୟାନରେ ରଖି ଏଭଳି ଯୋଜନା ହାତକୁ ନିଆଯାଇଛି। ୨୦୨୦-୨୧ରେ ଟିକସରେ ରାଜ୍ୟଗୁଡିକର ଅଂଶ ପ୍ରାୟ ୭.୮୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Share