ରାଜ୍ୟଗୁଡ଼ିକ ଲାଗି ଋଣ ସୀମା ୫%କୁ ବଢ଼ିଲା

ନୂଆଦିଲ୍ଲୀ,୧୮।୫: କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଲାଗି ଋଣ ସୀମାକୁ ରବିବାର ୩%ରୁ ୫% ବଢ଼ାଇଛନ୍ତି। ଏହାଦ୍ୱାରା ରାଜ୍ୟଗୁଡିକ ୨୦୨୦-୨୧ରେ ସେମାନଙ୍କ ମୋଟ ରାଜ୍ୟ ଜିଡିପିର ୫% ପର୍ଯ୍ୟନ୍ତ ଋଣ କରିବାକୁ ସକ୍ଷମ ହୋଇପାରିବେ। ଏହାଦ୍ୱାରା ରାଜ୍ୟଗୁଡିକୁ ୪.୨୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଉଠାଇବାକୁ ସୁବିଧା ମିଳିବ। ବର୍ତ୍ତମାନ ରାଜ୍ୟଗୁଡିକ ୬.୪୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଉଠାଣ ନେଇ ସୀମା ଧାର୍ଯ୍ୟ କରାଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହ ଉଠାଣ ସୀମାକୁ ବଢାଇବା ଲାଗି ନିବେଦନ କରିଥିଲେ। ବର୍ତ୍ତମାନ ସମୟରେ ଅର୍ଥର ଆବଶ୍ୟକତା ପଡୁଥିବାରୁ ସୀମାକୁ ୫% ଯାଏ ବଢାଇବା ଲାଗି ଦାବି ଉଠିଥିଲା। ନୂଆ ପଦକ୍ଷେପ ଦ୍ୱାରା ରାଜ୍ୟଗୁଡିକ ୪.୨୮ ଲକ୍ଷ କୋଟି ଅତିରିକ୍ତ ଉଠାଣ କରିବାର ସୁବିଧା ପାଇବେ ବୋଲି ଜଣାପଡିଛି।

Share