ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଶନିବାର ରାଜ୍ୟପାଳ ସତ୍ୟପାଲ ମଲିକ୍ଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଯେ, ଅନୁଚ୍ଛେଦ ‘୩୫-ଏ’କୁ ନେଇ ରାଜ୍ୟର ଲୋକଙ୍କ ମଧ୍ୟରେ ଶଙ୍କା ରହିଛି। ତେବେ ଅନୁଚ୍ଛେଦ ୩୭୦କୁ ନେଇ କୌଣସି ଘୋଷଣା କରାଯିବାର ଯୋଜନା ନ ଥିବା ରାଜ୍ୟପାଳ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନୁଚ୍ଛେଦ ‘୩୫-ଏ’ରେ ସଂଶୋଧନ କରି ବାକୁ ମନା କରିଥିବା ଓମାର କହିଛନ୍ତି। ମୋଦି ମଧ୍ୟ ରାଜ୍ୟରେ ଶୀଘ୍ର ନିର୍ବାଚନ କରାଇବାକୁ ଚାହୁଁଥିବା ଓମାର ସୂଚନା ଦେଇଛନ୍ତି।