ପାଟନା,୧।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ରାଜ୍ୟପାଳ ଲାଲ ଜି ଟଣ୍ଡନଙ୍କୁ ଭେଟିଛନ୍ତି। ବିହାର କ୍ୟାବିନେଟର ସମ୍ପ୍ରସାରଣ ଲାଗି ନୀତୀଶ ରାଜ୍ୟପାଳଙ୍କୁ ଭେଟିଥିବା ପ୍ରକାଶ। କାରଣ ନୀତୀଶଙ୍କ ମନ୍ତ୍ରିମଣ୍ଡଳର ଆଉ ୪ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଥିବାରୁ ଏହାକୁ ନେଇ ନୀତୀଶ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି।