Categories: ଜାତୀୟ

ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହିଲେ କମଲନାଥ

ଭୋପାଳ,୧୩।୩: ମଧ୍ୟପ୍ରଦେଶ ରାଜନୀତି ସରଗରମ ଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ସେ ରାଜ୍ୟପାଳଙ୍କୁ ଏକ ପତ୍ର ଦେବା ସହ ଭାରତୀୟ ଜନତା ପାର୍ଟି(ଭାଜପା) ଦ୍ୱାରା ବିଧାୟକମାନଙ୍କୁ କ୍ରୟ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ଏହାସହ କମଲନାଥ କହିଛନ୍ତି ବିଧାନସଭାର ଆଗାମୀ ଅଧିବଶେନରେ ସେ ଫ୍ଲୋର ଟେଷ୍ଟ ବା ବହୁମତ ଦେବାକୁ ପ୍ରସ୍ତୁତ ଅଛନ୍ତି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଓ ବଜେଟ ପରେ ବାଚସ୍ପତି ଯେଉଁ ସମୟ ଦେବେ ତା’ପରେ ସେ ଫ୍ଲୋର ଟେଷ୍ଟେ ଦେବେ ବୋଲି କହିଛନ୍ତି। ହେଲେ ଏହା ପୂର୍ବରୁ ୨୨ ବିଧାୟକଙ୍କୁ ମୁକ୍ତ କରାଯିବା ଆବଶ୍ୟକ ବୋଲି କମଲନାଥ ସୂଚନା ଦେଇଛନ୍ତି।

Share