Categories: ଜାତୀୟ

ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଖଟ୍ଟର, ସନ୍ଧ୍ୟାରେ ପୁଣି ଶପଥ ନେଇପାରନ୍ତି

ନୂଆଦିଲ୍ଲୀ,୨୫।୧୦: ଝୁଲା ବିଧାନସଭା ଅଭିମୁଖେ ଯାଉଥିବା ହରିୟାଣା ରାଜନୀତିରେ ଟ୍ବିିଷ୍ଟ ଆସିଛି। ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ ବ୍ରେକ ଲାଗିବାକୁ ଯାଉଛି। କାରଣ ହରିୟାଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ଭାଜପାକୁ ସମର୍ଥନ ଦେଇପାରେ ବୋଲି ଆଲୋଚନା ହେଉଛି। ଏହାଛଡା ଦୁଇ ନିର୍ଦ୍ଦଳୀୟ ବିଧାୟକ ଗୋପାଳ କାଣ୍ଡା ଏବଂ ରଣଜୀତ ସିଂ ଚୌଟାଲା ମଧ୍ୟ ଭାଜପା ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନ ଥିଲାବେଳେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଦିଲ୍ଲୀ ଆସି ଦଳର ହାଇକମାଣ୍ଡଙ୍କୁ ଭେଟିଛନ୍ତି। ଏହାପରେ ସେ ହରିୟାଣା ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେବେ। ପୁଣି ସନ୍ଧ୍ୟା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି କୁହାଯାଉଛି।

Share