ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କଲେ ବାଚସ୍ପତି

ଭୁବନେଶ୍ୱର,୪।୬(ବ୍ୟୁରୋ): ଓଡ଼ିଶା ଷୋଡ଼ଶ ବିଧାନସଭାର ନବନିର୍ବାଚିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାଚସ୍ପତି ପାତ୍ର ବିଧାନସଭା କାର୍ଯ୍ୟ ପରିଚାଳନାରେ ରାଜ୍ୟପାଳଙ୍କ ସହଯୋଗ ଓ ମାର୍ଗଦର୍ଶନ କାମନା କରିଥିଲେ। ରାଜ୍ୟପାଳ ପ୍ରଫେସର ଲାଲ୍‌ ପାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଦୀର୍ଘ ଅଭିଜ୍ଞତା ଓ ଉପଲବ୍ଧି ଗୃହ ପରିଚାଳନାରେ ବେଶ୍‌ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ। ପ୍ରାୟ ୩୦ ମିନିଟ୍‌ ଧରି ଆଲୋଚନାରେ ଉଭୟ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସଂପର୍କରେ ଭାବବିନିମୟ କରିଥିଲେ। ବିଧାନସଭାର ମର୍ଯ୍ୟାଦା ଓ କ୍ରିୟାଶୀଳତା ସଂପର୍କରେ ଗୁରୁତ୍ୱ ଆରୋପ କରିବାକୁ ରାଜ୍ୟପାଳ ପ୍ରଫେସର ଲାଲ୍‌ ବାଚସ୍ପତିଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଓ ରାଜଭବନର ବରିଷ୍ଠ ଅଧିକାରୀମାନେ ବାଚସ୍ପତି ପାତ୍ରଙ୍କୁ ସ୍ବାଗତ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ...

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

ରାଜନୀତିରେ ହଇଚଇ: କହିଦେଲେ ଅଖିଳେଶ, ଏବେ ଶ୍ରୀକାନ୍ତଙ୍କ ଗତି କୁଆଡ଼େ ନେଇ ବଢ଼ୁଛି ସସ୍ପେନ୍ସ

ଭୁବନେଶ୍ୱର,୧୬।୪: ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସମୟରେ ସେ କହିଥିବା କିଛି କଥା ବରିଷ୍ଠ କଂଗ୍ରେସ...

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image