Categories: ଜାତୀୟ

ରାଜ୍ୟପାଳଙ୍କ ରୋଡ୍‌ମ୍ୟାପ୍‌

ଶ୍ରୀନଗର,୧୯ା୯(ପି.ଟି): ପିଓକେକୁ ଫେରାଇଆଣିବା ପାଇଁ ବଳପ୍ରୟୋଗର ଆବଶ୍ୟକତା ନାହିଁ। ଜମ୍ମୁ-କଶ୍ମୀରରେ ଏପରି ବିକାଶ କରାଯିବା ଉଚିତ, ଯାହାକୁ ଦେଖି ପିଓକେବାସୀ ଭାରତ ସହ ମିଶିବା ପାଇଁ ପାକିସ୍ତାନ ବିରୋଧରେ ବିଦ୍ରୋହ କରିବେ। ଶ୍ରୀନଗରରେ ଏକ କାର୍ଯ୍ୟକ୍ରମକୁ ବୁଧବାର ସମ୍ବୋଧିତ କରି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଏହା କହିଛନ୍ତି। କେତେଜଣ କେନ୍ଦ୍ରମନ୍ତ୍ରୀ ପିଓକେକୁ ଫେରାଇ ଆଣିବା ନେଇ ବାରମ୍ବାର କହୁଛନ୍ତି। ଯଦି ପରବର୍ତ୍ତୀ ଟାର୍ଗେଟ ପିଓକେ ତେବେ କଶ୍ମୀରରେ ବିକାଶ କରି ଆମେ ଲକ୍ଷ୍ୟ ହାସଲ କରିପାରିବା। ଏପରି କଲେ ସୀମା ସେପଟେ ଥିବା ଲୋକେ ବିଦ୍ରୋହ କରି ଭାରତ ସହ ମିଶିବାକୁ ଚାହିଁବେ ।  ଏହା ହିଁ ରୋଡ୍‌ମ୍ୟାପ୍‌ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି।

Share