Categories: ଜାତୀୟ

ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି

ଜମ୍ମୁ,୨୩ା୧୦(ପି.ଟି.): ଦେଶରେ ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି, ଯିଏକି ଖବରଦାତା ସମ୍ମଳିନୀ କରିପାରିବେନି କି ନିଜ ହୃଦୟର କଥା କହିପାରିବେ ନାହିଁ। ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ମଙ୍ଗଳବାର ଏହା କହିଛନ୍ତି।
ଜିଲା କତ୍ରା ସହରସ୍ଥିତ ମାତା ବୈଷ୍ଣୋଦେବୀ ୟୁନିଭର୍ସିଟିର ସପ୍ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ସତ୍ୟପାଲ କହିଛନ୍ତି, ରାଜ୍ୟପାଳ ଏକ ଦୁର୍ବଳ ପଦବୀ। ତାଙ୍କୁ ଖବରଦାତା ସମ୍ମିଳନୀ ଡାକି ମନକଥା କହିବା ଅଧିକାର ନାହିଁ। ତାଙ୍କ ନିଜ ଭାଷଣକୁ ନେଇ ଦିଲ୍ଲୀରେ କେହି କ୍ଷୁବ୍ଧ ହେଲେ ୩ ଦିନ ଧରି ଚିନ୍ତା ଲାଗୁଛି। ଏହାସହ ବାରମ୍ବାର ସଫେଇ ଦେବାକୁ ପଡ଼ୁଛି। ଦେଶର ଏକ ଧନୀ ବର୍ଗର ଚିନ୍ତାଧାରା ପଚାଆଳୁ ସଦୃଶ। କାରଣ ସେମାନେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଆଗେଇ ଆସନ୍ତି ନାହିଁ। ସେମାନେ ୧୪ ମହଲା ବିଶିଷ୍ଟ କୋଠାରେ ରହିପାରିବେ। ହେଲେ ପିଲାଙ୍କ ଶିକ୍ଷା ପାଇଁ ଟଙ୍କାଏ ବି ଖର୍ଚ୍ଚ କରିପାରିବେ ନାହିଁ। ଏଭଳି ଲୋକ ରାଜନେତାଙ୍କ ସହ ନିଜ ନାମ ଯୋଡ଼ି ସମ୍ମାନ ଅନୁଭବ କରନ୍ତି। ନେତାମାନେ ମଧ୍ୟ ସେମାନଙ୍କ ପାଖକୁ ହାତ ମିଳାଇବା ପାଇଁ ଧାଇଁଯାଆନ୍ତି ବୋଲି ରାଜ୍ୟପାଳ ସମାଲୋଚନା କରିଛନ୍ତି।

Share