ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଧାମନଗର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଗୌରାଙ୍ଗ ଅନେକ ଦିନ ଧରି ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ବେଳେ ଶନିବାର ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି। ସେ ୧୯୮୯ ମସିହାରେ ରାଜ୍ୟପାଳଙ୍କଠାରୁ ଆଦର୍ଶ ଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ । ଛାତ୍ର ସମୟରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ଗୌରାଙ୍ଗ ସଂଗ୍ରାମୀ ପେନ୍‌ସନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ। ଏହାସହ ଅଞ୍ଚଳର ଉନ୍ନତୀକରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ହେତୁ ତାଙ୍କ ମୃତ୍ୟୁ ଖବରପାଇ ସହରରେ ଶୋକରଛାୟା ଖେଳିଯାଇଛି। ମର ଶରୀରକୁ ଭୁବନେଶ୍ୱରରୁ ଭଦ୍ରକ ନିଆଯାଇ ଅସୁରାଳି ବଜାର ପରିକ୍ରମା କରାଯାଇଛି ।

Share