ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ଚଳଚଞ୍ଚଳ ଆନନ୍ଦପୁର

ଆନନ୍ଦପୁର,୨୯।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଲାଗି କେନ୍ଦୁଝର ଜିଲା ଆନନ୍ଦପୁର ସହର ବେଶ ତତ୍ପର ହୋଇଉଠିଛି। ଚଳିତ ମାସ ୩୧ ତାରିଖରେ ଆନନ୍ଦପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ୩ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ୨ ତାରିଖ ଉଦ୍‌ଯାପନୀ ଦିବସରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ମୁଖମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାସ୍ତା କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ ପାଇଁ ବ୍ରିଜଛକଠାରେ ଥିବା ଅଧାଗଢ଼ା କାର୍ଯ୍ୟକୁ ସମ୍ପୂର୍ଣ୍ଣ , ବୃକ୍ଷରୋପଣ କରାଯାଉଛି। ଆନନ୍ଦପୁର ଷ୍ଟାଡିୟମ ଏବଂ ବିଏନ୍‌ ହାଇସ୍କୁଲ ପଡିଆଠାରେ ୨ଟି ହେଲିପ୍ୟାଡର ବ୍ୟବସ୍ଥା କରାଯାଇଥିବାବେଳେ ସାଧାରଣ ସଭା ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି।

Share