Categories: ଜାତୀୟ

ରାଜ୍ୟପାଳ ମୋତେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି: ଫଡନବିଶ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ରାଜନୀତି ଏବେ ପୁଣିଥରେ ହୋଇଛି ସରଗରମ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆଉ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳ ଗ୍ରହଣ ମଧ୍ୟ କରିଛନ୍ତି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ କୁଆଡେ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବୋଲି ଫଡନବିଶ କହିଛନ୍ତି। ଯେପର୍ଯ୍ୟନ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଭଳି ବିକଳ୍ପ କିଛି ଆସିନାହିଁ ସେପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଭାଜପା ଓ ଶିବାସନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ ଏବେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି।

Share