Categories: ଖେଳ

ରାଜ୍ୟପାଳ ହେଲେ ଏହି ପ୍ରସିଦ୍ଧ କ୍ରିକେଟର

କଲମ୍ବୋ,୨୮।୧୧: କ୍ରିକେଟରେ ରାଜ୍‌ କରିବା ପରେ ଏବେ ରାଜନୈତିକ ମୈଦାନରେ ଜଲଓ୍ବା ଦେଖାଇବାକୁ ଯାଉଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମୂଥୟା ମୁରଲିଧରନ। ତାମିଲ ବହୁଳ ଉତ୍ତର ପ୍ରାନ୍ତରେ ତାଙ୍କୁ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ମୁରଲିଧରନ ଭାରତୀୟ ମୂଳର ତାଲିମ ଅଟନ୍ତି। ସେ ଶ୍ରୀଲଙ୍କା କାଣ୍ଡି ସହରରେ ରହୁଛନ୍ତି। ନିକଟରେ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଗୋତବାୟା ରାଜପକ୍ସେଙ୍କୁ ସେ ଖୋଲାଖୋଲି ସମର୍ଥନ ଦେଇଥିଲେ। ତେଣୁ ନିର୍ବାଚନ ପରେ ଗୋତାବୟା ବ୍ୟକ୍ତିଗତ ଭାବେ ମୁରଲିଧରନଙ୍କୁ ଭେଟି ରାଜ୍ୟପାଳ ହେବା ନେଇ ପ୍ରସ୍ତାବ ଦେଇଥିଲେ। ଏଥିରେ ସମ୍ମତି ପ୍ରକାଶ କରିଛନ୍ତି ମୁରଲିଧରନ। ସୂଚନାଯୋଗ୍ୟ, ୪୭ ବର୍ଷୀୟ ମୁରଲିଧରନ ୧୩୩ଟି ଟେଷ୍ଟ ଖେଳି ୮୦୦ ଉଇକେଟ ନେଇଛନ୍ତି। ସେହିପରି ୩୫୦ଟି ଏକଦିବସୀୟ ୫୨୫ ଏବଂ ୧୨ଟି ଟି-୨୦ରେ ୧୩ ଉଇକେଟ୍‌ ନେଇଛନ୍ତି। ୨୦୧୦ରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ୨୦୧୫ରେ ସେ ତାମିଲନାଡୁର ମାଧିମଲାର ରାମମୂର୍ତ୍ତିଙ୍କୁ ବିବାହ କରିଥିଲେ।

Share