Categories: ଖେଳ

ରାଜ୍ୟବର୍ଦ୍ଧନ ସିଂ ରାଠୋର: ଅଲିମ୍ପିକ୍ସରେ ରୌପ୍ୟ ଜିତିବାଠାରୁ ରାଜନୀତି ମୈଦାନ

ପୂର୍ବତନ ଭାରତୀୟ ଶୁଟର୍‌ ରାଜ୍ୟବର୍ଦ୍ଧନ ସିଂ ରାଠୋର ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୪ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରାଜ୍ୟବର୍ଦ୍ଧନ ଏବେ ରାଜନୀତିରେ ମଧ୍ୟ କରିସ୍ମା ଦେଖାଇଛନ୍ତି। ରାଜସ୍ଥାନର ଜୟପୁର ଗ୍ରାମୀଣ ଲୋକ ସଭା ଆସନରୁ ଏମ୍‌ପି ଥିବା ରାଜ୍ୟବର୍ଦ୍ଧନ ମୋଦିଙ୍କ ପ୍ରଥମ ପାଳି ସରକାରରେ କ୍ରୀଡା ମନ୍ତ୍ରୀ ଥିଲେ। ସେ କ୍ରୀଡ଼ା କ୍ୟାରିୟରରେ ରାଷ୍ଟ୍ରମଣ୍ଡଳ, ଏସିଆନ୍‌ ଗେମ୍ସ ଏବଂ କମନ୍‌ଓ୍ବେଲଥ ଗେମ୍ସରେ ୨୫ରୁ ଊର୍ଦ୍ଧ୍ୱ ପଦକ ଜିତିଛନ୍ତି। ୨୦୦୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଅର୍ଜୁନ ଆଓ୍ବାର୍ଡ ଏବଂ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ୧୯୭୦ ଜାନୁୟାରୀ ୨୯ରେ ଜନ୍ମିତ ରାଠୋରଙ୍କ ପିତା କଲୋନେଲ ଲକ୍ଷ୍ମଣ ସିଂ ସେନାରେ କାର୍ଯ୍ୟରତ ଥିଲେ। ରାଠୋର ମଧ୍ୟପ୍ରଦେଶ ରଣଜୀ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ଅଲିମ୍ପିକ୍ସରେ ରୌପ୍ୟ ପରେ କମନ୍‌ଓ୍ବେଲଥ ଗେମ୍ସରେ ସ୍ବର୍ଣ୍ଣ ଏବଂ ବିଶ୍ୱ ଶୁଟିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିଲେ। ଖେଳରୁ ଅବସର ନେବା ପରେ ସେ ଭାଜପାରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ।

Share