ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଆଜି ହେଉଛି ପଣାସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାର୍ତ୍ତାରେ ସେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ରହୁ। ମହାମାରୀ କରୋନା ମୁକାବିଲା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କୁ ଜଗନ୍ନାଥ ଶକ୍ତି ଦିଅନ୍ତୁ। ରାଜଧାନୀ ପ୍ରତିଷ୍ଠା ଦିବସରେ ମଧ୍ୟ ନବୀନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ସମୟରେ କରୋନା ବିରୋଧରେ ଦୃଢ଼ତାର ସହ ଲଢ଼ିବା ପାଇଁ ନବୀନ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି।

Share