ରାଜ୍ୟରୁ ପୁଣି ୫୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନିା। ମଙ୍ଗଳବାର କରୋନା ଆଉ ୫୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୨୯୯କୁ ବୃଦ୍ଧି ପାଇଛି। ଏହି ୫୧ ମୃତକଙ୍କ ମଧ୍ୟରୁଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ସେହିପରି ବରଗଡ଼ ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲାରୁ ୫ ଜଣ ଲେଖାଏ ଥିବା ବେଳେ କଟକ, ଯାଜପୁର, ନୟାଗଡ଼ ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ, ଭଦ୍ରକ, ଦେବଗଡ଼ ଗଞ୍ଜାମ ଓ ଜଗତସିଂହପୁରରୁ ୨ ଜଣ ଲେଖାଏ ଏବଂ କନ୍ଧମାଳ, କେନ୍ଦ୍ରାପଡ଼ା କେନ୍ଦୁଝର ଓ ନବରଙ୍ଗପୁର ଜିଲାରୁ ଜଣେ ଲେଖାଏ ଅଛନ୍ତି।

Share